Odisha Link
Bridging the Missing Links in Odisha

ଆଜି ବିଶ୍ୱ ସଙ୍ଗୀତ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ସଙ୍ଗୀତ ଦିବସ। ସଙ୍ଗୀତ ବିନା ଜୀବନ ଅଧୁରା। ଦୁଃଖସୁଖରେ ମଣିଷର ସାଥୀ ହୋଇ ରହିଥାଏ ସଙ୍ଗୀତ। ସଙ୍ଗୀତ ଭଳି ଏକ ସୁନ୍ଦର ଉପହାର ପାଇଁ ସମସ୍ତ ସଙ୍ଗୀତକାର ଏବଂ ଗାୟକ/ଗାୟିକା ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ।

ବିଶ୍ୱ ସଙ୍ଗୀତ ଦିବସ ପ୍ରଥମ ଥର ୧୯୮୨ ମସିହାରେ ଫ୍ରାନ୍ସରେ ପାଳନ କରାଯାଇଥିଲା। ସେଠାରେ ତତ୍କାଳୀନ ଫ୍ରାନ୍ସୀୟ କଳା ଓ ସଂସ୍କୃତି ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ମିଶି ଏହାର ଶୁଭାରମ୍ଭ କରିଥିଲେ। ଏହି ବିଶ୍ୱ ସଙ୍ଗୀତ ଦିବସକୁ ୧୨୦ରୁ ଅଧିକ ଦେଶରେ ପାଳନ କରାଯାଏ। ବିଭିନ୍ନ ପାର୍କ, ଷ୍ଟାଡିୟମ୍ ଏବଂ ଅନ୍ୟାନ୍ୟ ସାର୍ବଜନିନ ସ୍ଥାନରେ ଏହି ଦିନ ସମାରୋହ କରାଯାଏ। ଏଥିରେ ଶହ ଶହ ସଙ୍ଗୀତପ୍ରେମୀ ଯୋଗଦେଇ ସଙ୍ଗୀତର ମଜା ନିଅନ୍ତି।

ଅନେକ ଅଧ୍ୟୟନ ଏବଂ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ଯେ, ସଙ୍ଗୀତ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଉତ୍ତମ ନିଦ୍ରା ହେବାରେ ସାହାଯ୍ୟ କରେ। ମାନସିକ ସ୍ତରକୁ ଦୁର୍ବଳ ଲୋକଙ୍କୁ ଭଲ କରିବା ପାଇଁ ସେମାନଙ୍କୁ ମ୍ୟୁଜିକ୍ ଥେରାପି ମଧ୍ୟ ଦିଆଯାଏ।