Odisha Link
Bridging the Missing Links in Odisha

ରୋଗୀ ମୃତ୍ୟୁକୁ ନେଇ ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ଫାୟାର ଷ୍ଟେସନ୍‌ ସ୍ଥିତ ବିବେକାନନ୍ଦ ମେଡିକାଲରେ ଉତ୍ତେଜନା। ରୋଗୀ ମୃତ୍ୟୁକୁ ନେଇ ହୋଇଛି ଉତ୍ତେଜନା। ବିବାହର ମାତ୍ର ୧୨ ଦିନରେ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।

ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମହିଳାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ନବ ବିବାହିତା। ଡାକ୍ତର ଇଞ୍ଜେକ୍ସନ୍ ଦେବା ପରେ ତାଙ୍କର ହଠାତ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁର କାରଣ ବିଷୟରେ ପଚାରିବାରୁ ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲ ସିକ୍ୟୁରିଟ ଅଫିସର ମାରଧର କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଉତେଜନା ଲାଗି ରହି ଥିବାରୁ ନୟାପଲ୍ଲୀ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।