Odisha Link
Bridging the Missing Links in Odisha

୨ ସପ୍ତାହ ମଧ୍ୟରେ ଏସ୍‌ସିବିରେ ଲାଗିବ ଏକ୍‌ମୋ ୟୁନିଟ୍

କଟକ: ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ଆଗାମୀ ଦୁଇ ସପ୍ତାହ ମଧ୍ୟରେ କଟକ ବଡ଼ ମେଡିକାଣେ ହୃଦବକ୍ଷ ଶଲ୍ୟ ବିଭାଗରେ ଉଦ୍‌ଘାଟିତ ହେବ ଏକ୍‌ମୋ (ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍) ୟୁନିଟ୍। ଏନେଇ ତାରିଖ ଘୋଷଣା ହୋଇ ନାହିଁ। ହେଲେ ଜୁଲାଇ ମାସରେ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୟୁନିଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି।

ଏସ୍‌ସିବିରେ ଏକ୍‌ମୋ ୟୁନିଟ୍‌ ଉଦ୍‌ଘାଟନ ପରେ ରାଜ୍ୟରେ ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଖୋଲିବାର ଗୌରବ ଅର୍ଜନ କରିବ। ଅନ୍ୟପଟେ ଏସ୍‌ସିବିରେ ଖୁବ୍‌ଶୀଘ୍ର ଗୋଟିଏ ଏକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ୍ କରାଯିବା ପାଇଁ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତିନୋଟି ଆସିବାର ଯୋଜନା ରହିଥିବାବେଳେ ଓଡିଶାକୁ ଗୋଟିଏ ମେସିନ୍‌ ଆସି ସାରିଥିବା ଜଣାପଡିଛି। ୧୦ତାରିଖ ସୁଦ୍ଧା ତିନୋଟି ମେସିନ୍‌ ଆସିବାର ଯୋଜନା ରହିଥିବା ସୂଚନା ମିଳିଛି।