Odisha Link
Bridging the Missing Links in Odisha

ବିଗ୍‌ ବି’ଙ୍କ ବଙ୍ଗଳା ଭାଙ୍ଗିବ ବିଏମ୍‌ସି

ମୁମ୍ବାଇ: ବଲିଉଡ ଜଗତର ମେଗା ଷ୍ଟାର ଓ ସୁପର ଷ୍ଟାର ଅଭିତାଭ ବଚ୍ଚନଙ୍କ ପାଇଁ ଅଡ଼ୁଆ। ବିଗ୍‌ ବିଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିବ ବଏମ୍‌ସି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ୨୦୧୭ରେ ଅମିତାଭଙ୍କୁ ନୋଟିସ୍‌ ଜାରି କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ବଙ୍ଗଳାର କିଛି ଅଂଶ ଭାଙ୍ଗିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

୨୦୧୭ ମସିହାରେ ବିଏମ୍‌ସି ବିଗ୍‌ ବି’ଙ୍କ ବ୍ୟତୀତ ଆଉ ୭ ଜଣଙ୍କୁ ନୋଟିସ୍‌ ଜାରି କରିଥିଲା। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ଏହି ନୋଟିସ୍‌ ଜାରି କରିଥିଲା। କିନ୍ତୁ ଏତେ ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବେ କଂଗ୍ରେସ କାଉନସିଲର ତଥା ଓକିଲ ତୁଲିପ୍‌ ବ୍ରିଆନ୍‌ ମିରାଣ୍ଡା ଆପତ୍ତି ଉଠାଇଛନ୍ତି। ବଚ୍ଚନ ପରିବାରର ସମ୍ପତ୍ତି ହୋଇଥିବାରୁ ବିଏମ୍‌ସି ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.