Odisha Link
Bridging the Missing Links in Odisha

ଶିଶୁକନ୍ୟାକୁ ନିର୍ଯାତନା ମାମଲା: ବାପା ଓ ସାବତ ମା’ ଗିରଫ

ଭୁବନେଶ୍ୱର: ବାଲିପାଟଣା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ମାମଲାରେ ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ପୁଲିସ ଏକ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ନିର୍ଯାତନା ନେଇଥିବା ବାପା ଓ ସାବତ ମା’ ଗିରଫ କରିଛି ପୁଲିସ।ଗିରଫ ନେଇ ଡିସିପି ସୂଚନା ଦେଇଛନ୍ତି। ଉଭୟ ବାପା ଓ ସାବତ ମା’ ନାଁରେ ପୁଲିସ ୩୦୭ ଦଫା ଲଗାଇଛି।

ନାବାଳିକାକୁ ବାପା ଓ ସାବତ ମା ଅକଥନୀୟ ନିର୍ଯାତନା ଦେଉଥିଲେ। ମାଡ଼ ମାରିବା ସହ ଗରମ ପାଣିରେ ହାତ ବୁଡ଼ାଇ ଦେବା ସହ ଲଙ୍କା ଗୁଣ୍ଡ ବୋଳି ଦେଇଥିଲେ ଝିଅର ବାପା। ଏପରିକି ଉଭୟେ ଶିଶୁଟିକୁ ଖାଇବାକୁ ପିଇବାକୁ ନଦେଇ ଅପପୁଷ୍ଟିକର ଅବସ୍ଥାରେ ରଖିଥିଲେ। ଦୀର୍ଘ ଦେଢ଼ ବର୍ଷ ଧରି କୁନି ଝିଅଟି ଏମିତି କଷ୍ଟ ସହୁଥିଲା।

ଶିଶୁର ଜେଜେ ବାପା ଥାନାରେ ଅଭିଯୋଗ ଆଣିବା ପରେ ଗତକାଲି ଶିଶୁଟିକୁ ଚାଇଲ୍ଡ ଲାଇନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ସହ ବର୍ତ୍ତମାନ କୁନି ଝିଅଟି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି।

Leave A Reply

Your email address will not be published.