Odisha Link
Bridging the Missing Links in Odisha

ଆସନ୍ତା ୧୫ ପରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ବିଭିନ୍ନ ବର୍ଗର ଲୋକମାନଙ୍କୁ ଟିକାଦାନ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ। ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ। ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଗତକାଲି ଗର୍ଭବତୀଙ୍କୁ ଟିକାକରଣ ନେଇ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯିବ। ସେମାନେ ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେ ନାହିଁ। ଟିକା ନେବାକୁ ଆସିଥିବା ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ରଖାଯିବ। ଟିକା ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ରହୁଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ଗର୍ଭବତୀ ଟିକା ନେଲେ କୌଣସି କ୍ଷତି ହେବ ନାହିଁ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଥିଲେ।

Leave A Reply

Your email address will not be published.