Odisha Link
Bridging the Missing Links in Odisha

ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ । ୧୫ ଦିନ ପରେ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି ଦଶାବତାର ପଟିଦିଅଁ। ଏହା ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। କରୋନା କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିଛିି। ବେଶ ଦର୍ଶନ ପାଇଁ ପ୍ରତିବର୍ଷ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ଏହି ଦର୍ଶନ ବନ୍ଦ ରଖାଯାଇଛି। ପରେ ପରେ ପଟିଦିଅଁଙ୍କ ବଦଳରେ ଶ୍ରୀଜିଉଙ୍କଠାରେ ପରବର୍ତ୍ତୀ ଦୈନନ୍ଦିନ ନୀତିକାନ୍ତି ଚାଲିବ।

ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ରୁହନ୍ତି। ଫଳରେ ପନ୍ଦର ଦିନ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି। ଅଣସର ପରେ ପୁଣି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀଜିଉ ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ। ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ।

ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି। କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ।

Leave A Reply

Your email address will not be published.