Odisha Link
Bridging the Missing Links in Odisha

ରାଜଧାନୀରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯିବ ବୋଲି ଜଣାପଡ଼ିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଂଜନ ପଟ୍ଟନାୟକ ଓ ଦେବାଶିଷ ଓଝା। ସେମାନଙ୍କ ମଧ୍ୟରୁ ୩ ଜଣ ଘାଟିକିଆର ହୋଇଥିବା ବେଳେ ୨ ଜଣ ବରମୁଣ୍ଡାର ବୋଲି ଜଣପଡିଛି।

ଏହି ଅଭିଯୁକ୍ତମାନେ ଦୁଇଟି ଏକାଉଣ୍ଟରୁ ୧୫ ଲକ୍ଷ ଲେଖାଏଁ ଅର୍ଥାତ୍ ମୋଟ ୩୦ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଓ ୪୨୯ ଏବଂ ଆଇଟି ଆକ୍ଟ ୬୬-ସିରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଠାରୁ ୫ଟି ମୋବାଇ ଜବତ କରାଯାଇଛି।

Leave A Reply

Your email address will not be published.