Odisha Link
Bridging the Missing Links in Odisha

ଏଠାରେ ରଥଯାତ୍ରା ପାଳନ ପାଇଁ ଅନୁମତି ଦେଲେ ସରକାର

ଅହମ୍ମଦାବାଦ: ଚଳିତ ବର୍ଷ ଅହମ୍ମଦାବାଦରେ ପାଳନ ହେବ ରଥଯାତ୍ରା। ଏଥିପାଇଁ ଅନୁମତି ଦେଇଛନ୍ତି ସରକାର। ଆସନ୍ତା ୧୨ ତାରିଖରେ ୧୪୪ତମ ରଥଯାତ୍ରା ପାଳନ ପାଇଁ ଗୁଜୁରାଟ ସରକାର ଅନୁମତି ଦେଇଛନ୍ତି। ତେବେ ରଥଯାତ୍ରା ବେଳେ କର୍ଫୁ୍ୟ ବଳବତ୍ତର ରହିବ ଏବଂ କୋଭିଡ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯାଇଛି।

୪ ଘଣ୍ଟାରେ ରଥଟଣା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ରଥ ଟାଣିବା ପାଇଁ ମାତ୍ର ୬୦ ଜଣଙ୍କୁ ଅନୁମତି ଦିଆଯାଇଛି। ପ୍ରତିରଥ ୨୦ ଜଣ ଲେଖାଏ ଟାଣିବେ। ୪୮ ଘଣ୍ଟା ପୂର୍ବରୁ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉପସ୍ଥିତ ରହିବେ।

Leave A Reply

Your email address will not be published.