Odisha Link
Bridging the Missing Links in Odisha

Tokyo Olympics: ହ୍ୟାଟ୍ରିକ୍‌ ବିଜୟ ସହ କ୍ଵାର୍ଟରରେ ପ୍ରବେଶ କଲା ଭାରତୀୟ ହକି ଦଳ

ଟୋକିଓ: ଟୋକିଓରେ ଭାରତୀୟ ପୁରୁଷ ହକି ଦଳଦର ଦମଦାର ପ୍ରଦର୍ଶନ। ଅଲିମ୍ପିକର ପୁଲ-ଏର ଶେଷ ମୁକାବିଲାରେ ପୁରୁଷ ହକି ଦଳ କରିଛି ଶାନଦାର ପ୍ରଦର୍ଶନ। ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଆୟୋଜକ ଜାପାନକୁ ଜୋରଦାର ଝଟକା ଲାଗିଛି।

ଭାରତ ପକ୍ଷରୁ ସିମରନଜିତ ସିଂହ, ସମଶେର ସିଂହ ଓ ନୀଲକାନ୍ତା ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଗୁରଞ୍ଜନ ସିଂହ ୨ ଗୋଲ୍ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜାପାନ ପକ୍ଷରୁ ଟନାକା, ଭତନାବେ ଓ ମୁରାଟା କଜୁମା ଗୋଲ୍ ଦେଇଥିଲେ। ଉଲ୍ଲେଖନୀୟ ଅଲିମ୍ପିକରେ ଏହା ଭାରତର କ୍ରମାଗତ ତୃତୀୟ ବିଜୟ। ଅଷ୍ଟ୍ରେଲିଆଠୁ ହାରିବା ପରେ ଭାରତୀୟ ପୁରୁଷ ହକି ଦଳ ସ୍ପେନ, ଆର୍ଜେଣ୍ଟିନା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିବା ପରେ ଭାରତୀୟ ଟିମ୍ ସ୍ପେନ୍, ଆର୍ଜେଣ୍ଟିନା ଓ ଜାପାନକୁ ହରାଇଛି। ଆୟୋଜକ ଜାପାନ ଅଲିମ୍ପିକରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତିପାରିନି।