Odisha Link
Bridging the Missing Links in Odisha

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ,; ଅସନ୍ତୁଷ୍ଟ ଦେଇପାରିବେ ଅଫଲାଇନ ପରୀକ୍ଷା

ଭୁବନେଶ୍ବର:ଆଜି ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ। ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ଅଛି। ତେବେ ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ତାହେଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ୨୧ ତାରିଖ ସୁଦ୍ଧା ଅଫଲାଇନରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଧନ୍ଦାମୂଳକ ପରୀକ୍ଷାରେ ୫ ହଜାର ୩୩୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। କଳାରେ ପାସ ହାର ୮୯.୪୯ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୮୬.୦୨ ପ୍ରତିଶତ। ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି।