Odisha Link
Bridging the Missing Links in Odisha

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ବର୍ଗଦ୍ବାର, କୋଭିଡ କଟକଣାରେ ହେବ ଶବଦାହ

ପୁରୀ: ଅଗଷ୍ଟ ୧୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପୁରୀ ସ୍ବର୍ଗଦ୍ବାର। କୋଭିଡ କଟକଣା ସହିତ ଖୋଲାଯିବା ନେଇ ରହିଛି ସୂଚନା। ଏନେଇ ଆଜି ପୁରୀ ଉପଜିଲ୍ଲାପଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି। କୋଭିଡ କଟକଣା ମଧ୍ୟରେ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବଦାହ କାର୍ଯ୍ୟ କରି ହେବ। ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ସପ୍ତାହାନ୍ତ ସଟ୍‌ଡାଉନରେ ମଧ୍ୟ ଶବଦାହ ହୋଇ ପାରିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.