Odisha Link
Bridging the Missing Links in Odisha

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ଆସନ୍ତାକାଲି ଚୂଡାନ୍ତ ରାୟ

କଟକ: ହାଇକୋର୍ଟରେ ଶେଷ ହୋଇଛି ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ମାମଲାର ଶୁଣାଣି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ପୂର୍ବପରି ମୂର୍ତ୍ତିର ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡ଼ିଥିଲା ବାଲୁ ବଜାର ପୂଜା କମିଟି।

ଏସଆରସିଙ୍କ ବିଜ୍ଞପ୍ତି ଅନୁସାରେ, ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ। ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ। କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା। କଟକଣାକୁ ବିରୋଧ କରି କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ।