Odisha Link
Bridging the Missing Links in Odisha

ଖୋଲିଲା ହୀରାକୁଦର ୨୮ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦରେ ଏବେ ଜଳସ୍ତର ବଢିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍‌ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ଆଉ ୪ଟି ଗେଟ୍‌ ଖୋଲାଯାଇଛି। ମୋଟ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍ପାସନ ହେଉଛି।

୨୮ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୪ ଲକ୍ଷ ୨୩ ହଜାର ୦୮୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ୬୨୮.୩୯ ଫୁଟ ଜଳସ୍ତର ରହିଛି।

Leave A Reply

Your email address will not be published.