Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ଘର ପିଲରରୁ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ନିଜ ଘର ପିଲରରେ ଓଢ଼ଣୀରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ।

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ଦର୍ଗାଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଦର୍ଗାଗୁଡ଼ାରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିଜ ଘର ପିଲରରେ ଓଢ଼ଣୀରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଂଚିବା ପରେ ପୁଲିସ ନାବାଳିକାଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲା। ତେବେ ନାବାଳିକାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ପୁଲିସ ତଦନ୍ତ ଜାରି କରିଛି।