Odisha Link
Bridging the Missing Links in Odisha

କାଳ ପାଲଟିଛି ମୁକୁଳା ଡ୍ରେନ, ପୁଣି ଗଲା ଆଉ ଏକ ଜୀବନ

ଡ୍ରେନ୍ ପାଖରେ ସଫେଇ କରୁଥିବା ବେଳେ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ।

ଓଏଲ୍‌ ବ୍ୟୁରୋ: କଟକରେ ପୁଣି ମୁକୁଳା ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ। ବାରପଥର ଅଞ୍ଚଳରେ ଥିବା ବଡ଼ ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ଚାଲିଯାଇଛି। ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତ ସଫେଇ କର୍ମଚାରୀ ଜଣକ ହେଉଛନ୍ତି ବାରପଥର ଅଞ୍ଚଳର ନରସିଂହା ରାଓ। ଡ୍ରେନ୍ ପାଖରେ ସଫେଇ କରୁଥିବା ବେଳେ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ। ହେଲେ ସେ କାଳ ଯନ୍ତାରେ ତାଙ୍କ ଜୀବନ ଚାଲିଯାଇଥିଲା।

ସୂଚନା ଅନୁସାରେ, କଟକ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଜାନୁଆରୀ ମାସରେ ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ହରାଇଥିଲେ। ଗୁଡ଼ି ଉଡାଇବା ସମୟରେ ସେ ଏକ ମୁକୁଳା ଡ୍ରେନରେ ପଡ଼ି ଯାଇଥିଲା। ଅନେକ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପିଲାଟିର ପରିବାର ଲୋକେ ଅନେକ ସମୟ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେବା ପରେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।