Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗର୍ବ; ଜାତୀୟ ବକ୍ସିଂରେ ସୁନ୍ଦରଗଡ଼ ହାସଲ କଲା ୩ ପଦକ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ସୁନ୍ଦରଗଡ଼ର ୩ ଖେଳାଳି। ଝାରଖଣ୍ଡ ରାଞ୍ଚିରେ ଅନୁଷ୍ଠିତ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ୩ ପଦକ ଆଣିଦେଇଛନ୍ତି ପ୍ରତିଯୋଗୀ। ୧୪ ବର୍ଷରୁ କମ୍‌ ମହିଳା ୪୬ ରୁ ୫୦ କେଜି ବର୍ଗରେ ଓଡ଼ିଶା ସ୍ବର୍ଣ୍ଣ ହାସଲ କରିଛି। ସ୍ବର୍ଣ୍ଣ ଜିତିଛନ୍ତି ଟେରେସା ଇଂରାଜୀ ବିଦ୍ୟାଳୟର ଆଦ୍ୟାଶା। ସେହିଭଳି ୩୬ ରୁ ୩୮ କେଜି ବର୍ଗରେ ଦେବଦତ୍ତ ନାଏକଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।