ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ତେବେ ଏହି ଜୋରିମାନାରୁ ବର୍ତ୍ତିପାରିନାହିଁ ସରକାରୀ ଗାଡ଼ି। ଏକ ସରକାରୀ ଗାଡ଼ିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି।
ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି। ଭୁବନେଶ୍ୱରସ୍ଥ ନାଲକୋ ଛକରେ ଯାଞ୍ଚ ବେଳେ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି। ଗୁଡ୍ସ କ୍ୟାରିୟରରେ କର୍ମଚାରୀଙ୍କୁ ନେବାରୁ ଏହି ଜୋରିମାନା କରାଯାଇଛି। ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଟଙ୍କା ଜୋରିମାନା କରାଯାଇଥିବାବେଳେ ପରମିଟ ନଥିବାରୁ ୧୦ ହଜାର ମୋଟ ୧୫ ହଜାର ଟଙ୍କା ଜୋରିମାନା କରାଯାଇଛି।