Odisha Link
Bridging the Missing Links in Odisha

୫୦ ହଜାର ଟପିଲା ରୂପା ଦର

ନୂଆଦିଲ୍ଲୀ: ବଜାରରେ ସୁନା ଓ ରୂପାଦର ଆକାଶ ଛୁଆଁ। ଗୋଟିଏ ପଟେ ସୁନାଦର ହୁ ହୁ ହୋଇ ବଢୁଥିବା ବେଳେ ଅନ୍ୟପଟେ ରୂପାଦର ଆକାଶଛୁଆଁ। ଦେଶରେ ରୂପା ଦାମ ୫୦ ହଜାର ଟଙ୍କାପ ଟପିଛି। ଦେଶରେ ରୂପା ଦରରେ ବୃଦ୍ଧିର ଧାରା ଜାରି ରହିଛି। ରୂପାର କିଲୋ ପିଛା ଦରରେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ରୂପା ଦାମ ୨ ହଜାର ୭୦ ଟଙ୍କା ବୃଦ୍ଧି ପାଇ ୫୦ ହଜାର ୧୨୫ ଟଙ୍କା ହୋଇଯାଇଛି। ବହୁ ଦିନ ପରେ ପ୍ରଥମ ଥର ପାଇଁ ରୂପା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ଶିଳ୍ପ ସଂସ୍ଥା ଓ କଏନ ନିର୍ମାତାମାନେ ଅଧିକ ରୂପା କିଣୁଥିବାରୁ ଏହାର ଦାମ୍ ବଢ଼ିଥିବା କୁହାଯାଉଛି। ଗତ କିଛି ଦିନ ହେବ ସୁନା ଓ ରୂପାର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।

୨୦୧୩ ମସିହାରେ କିଲୋପ୍ରତି ୫୦ ହଜାର ଟଙ୍କା ଥିଲା। ଆଉ ତା’ପର ଠାରୁ ଲଗାତାର ରୂପା ଦର ହ୍ରାସ ପ।ଉଥିଲା। ରୂପା ଦର କମି କମି ୩୮ ହଜାରରେ ପହଞ୍ଚିଥିଲା। କିନ୍ତୁ ଏଥର ବଜେଟରେ ଆମଦାନୀ ଶୁ ଳ୍ ବୃଦ୍ଧି ପରେ ସୁନାରୂପା ଦର ବୃଦ୍ଧି ପାଇବାରେ ଲାଗିଛି।

Comments are closed.