Odisha Link
Bridging the Missing Links in Odisha

ବିଦ୍ୟୁତ୍ ଚୋରି ରୋକିବାକୁ ସେସୁର ମାଷ୍ଟର ପ୍ଲାନ୍

ଭୁବନେଶ୍ବର: ବିଦ୍ୟୁତ୍ ଚୋରି ରୋକିବାକୁ ବଡ଼ ପଦକ୍ଷେପ ନେଇଛି ସେସୁ। ବିଜୁଳି ଚୋରି ବିଷୟରେ ସଂକ୍ରାନ୍ତରେ ଖବର ଦେଲେ ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୁପକ୍ଷ। ଏପରିକି ଖବରଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସମୀକ୍ଷା ବୈଠକ ପରେ କହିଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା।
ଆସନ୍ତା ୨ରୁ ୩ମାସ ୩ ମାସ ଭିତରେ ସେସୁ ଅଞ୍ଚଳ ଗୁଡ଼ିକରେ ଜୋରଦାର ଚଢ଼ାଉ କରାଯିବ। ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା ବୋଲି ସମୀକ୍ଷାରେ ନିଷ୍ପତି ହୋଇଛି। ସେହିଭଳି ଗାଁରେ ସେସୁର ନେଟୱାର୍କ ବଢ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ସୋସିଆଲ ମିଡ଼ିଆର ଯୁଗ ହୋଇଥିବାରୁ ଯଦି କୌଣସି ବିଦ୍ୟୁତ୍ ଚୋରୀ ସଂକ୍ରାନ୍ତରେ ଖବରଦାତା ଜଣାନ୍ତି ତାଙ୍କ ନାମ ଗୋପନ ରଖି ପୁରସ୍କୃତ କରାଯିବ ବୋଲି କହିଛନ୍ତି ବୋଥ୍ରା।

Comments are closed.