କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ମୋଦିଙ୍କ ପ୍ରଚାର

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଆସିଥିଲେ। ପରେ ସେ ବାଲେଶ୍ବର ଯାଇ ମଧ୍ୟ ପ୍ରଚାର କରିଥିଲେ।
କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।
ସେ କହିଥିଲେ, ମୁଁ ଭୋଟ ଦେଇ ଆସିଛି, ଭୋଟ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ’। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପରେ ଏ ଲହର ବିରୋଧୀଙ୍କ ପାଇଁ ଆହ୍ୱାନ ପାଲଟିଛି। ଏହା ଲହର ନୁହେଁ ଲଲକାର, ପୁଣି ଆଉ ଥରେ ମୋଦି ସରକାର।
ସେ ଆହୁରି କହିଛନ୍ତି, ଗତଥର ଲୋକମାନଙ୍କ ଭଲ ପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି। ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ହେଉଛି ମୋର ଶେଷ ଦିନ।