Odisha Link
Bridging the Missing Links in Odisha

ଆହାର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୨୯ କୋଟି ଖର୍ଚ୍ଚ

ଭୁବନେଶ୍ବର: ବିଭିନ୍ନ ବିପତ୍ତି ବେଳେ ଜନସାଧାରଣ ସହଯୋଗ ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ ଆସୁଥିବା ବେଳେ ସରକାର ଏହାକୁ ଅନ୍ୟ ଉପାୟରେ ଖର୍ଚ୍ଚ କରୁଛନ୍ତି। ଆରଟିଆଇ ଆଇନ ବଳରେ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବିଗତ ୩ ବର୍ଷରେ ସରକାର ରିଲିଫ ଫଣ୍ଡରୁ ୧୨୯ କୋଟି ଟଙ୍କା ଆହାର ଯୋଜନାରେ ଖର୍ଚ୍ଚ କରିଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଆହାର ଯୋଜନାରେ ବିଭିନ୍ନ ସହରାଞ୍ଚଳରେ ଆହାର କେନ୍ଦ୍ର ମାନ ଖୋଲାଯାଇ ଜନସାଧାରଣଙ୍କୁ ୫ ଟଙ୍କାରେ ଭାତ ଓ ଡାଲମା ଦିଆଯାଉଛି। ରାଜ୍ୟରେ ଏବେ ୧୧୪ଟି ସହରାଞ୍ଚଳରେ ୧୫୭ଟି ଆହାର କେନ୍ଦ୍ର କାର୍ଯ୍ୟ କରୁଛି।

ଆରଟିଆଇ ସୂଚନା ଅନୁସାରେ ୧୫୭ଟି ଆହାର କେନ୍ଦ୍ରରେ ୩ ବର୍ଷରେ ପ୍ରାୟ ୧୫୭ କୋଟି ଟଙ୍କା ଖର୍ଚ୍ଚ ଖର୍ଚ୍ଚ ହୋଇଛି। ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୨୮ କୋଟି ୭୬ ଲକ୍ଷ ୧୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବାକି ଅର୍ଥ ବିଭିନ୍ନ କମ୍ପାନିର ସିଏସଆର ପାଣ୍ଠି ଓ ଦାନରୁ ମିଳିଛି।

ଆହାର ଯୋଜନା ଆଦୌ ଏକ ରିଲିଫ୍‌ କାର୍ଯ୍ୟ ନୁହେଁ ବୋଲି ସାମାଜିକ କର୍ମୀ ତଥା ପରିବେଶବିତ ବିଶ୍ବଜିତ ମହାନ୍ତି ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ସରକାରୀ ପୋର୍ଟାଲରେ ଉଲ୍ଲେଖ ଅଛି ଯେ ବନ୍ୟା, ମରୁଡ଼ି, ଅଗ୍ନିକାଣ୍ଡ ଭଳି ବୃହତ୍ତ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବା ସହ କର୍କଟ, ହୃଦଶଲ୍ୟ, କିଡନି ପ୍ରତିରୋପଣ, ବ୍ରେନ୍‌ ଟ୍ୟୁମର, ଲିଭର ଓ ଏକାଧିକ ଅଙ୍ଗ ଅଚଳ ହେବା ଭଳି ଦୁରାରୋଗ୍ୟରେ ପୀଡ଼ିତ ଲୋକଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।

Comments are closed.