ତୀର୍ଥରେ ଗଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସର ନିର୍ବାଚନ ପ୍ରଚାର ସରିବା ପରେ କେଦାରନାଥ ଓ ବଦ୍ରିନାଥ ଧାମ ଥୀର୍ଥରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ପୂର୍ବାହ୍ନରେ ସେ ଦିଲ୍ଲୀରୁ ଆସି ଡେରାଡୁନର ଜଲି ଗ୍ରାଣ୍ଡ ବିମାନମନ୍ଦରରେ ଓହ୍ଲାଇଥିଲେ। ଏଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ହିମାଳୟ ପାର୍ବତ୍ୟାଞ୍ଚଳ ଉପରେ ଥିବା କେଦାରନାଥରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ୨୦୧୩ ମସିହାରେ କ୍ଷତିଗ୍ରସ୍ତ କେଦାରନାଥ ପୀଠରେ ପୁନର୍ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ମୋଦି।
କେଦାରନାଥରେ ମୋଦି ରାତ୍ରିଯାପନ କରିବେ। ଆସନ୍ତାକାଲି ଏଠାରୁ ସେ ହେଲିକପ୍ଟରରେ ବଦ୍ରିନାଥ ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମୋଦି।
ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଉଭୟ ପୀଠରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।