ମୁଖ୍ୟମନ୍ତ୍ରୀ ନବୀନଙ୍କୁ କେପିଙ୍କ ଅଭିନନ୍ଦନ

ଭୁବନେଶ୍ବର: ପଞ୍ଚମ ଥର ପାଇଁ ରରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ନେଇଥିବା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ।
କାମାକ୍ଷା ପ୍ରସାଦ ନବୀନଙ୍କର ପ୍ରଶଂସା କରିବା ସହ ତାଙ୍କର ମୁଖ୍ୟମନ୍ତ୍ରୀତ୍ବ ରାଜ୍ୟ ରାଜନୈତିକ ଇତିହାସରେ ଏକ ସର୍ବକାଳୀନ ରେକର୍ଡ ବୋଲି କହିଛନ୍ତି।
ନବୀନଙ୍କର ସଫଳତାରେ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ରାଜ୍ୟର ବିକାଶ ପାଇଁ ଅଧିକ କାର୍ଯ୍ୟ କରିବେ ବୋଲି କାମାକ୍ଷା ଆଶାପ୍ରକାଶ କରିଛନ୍ତି।