କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ବଜେଟ ପରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ପାଇଥିଲା। କିନ୍ତୁ ଆଜି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହା ପୂର୍ବରୁ ସୋମବାର କେବଳ ଡିଜେଲ ଦରରେ ହ୍ରାସ ଘଟିଥିଲା। ଏବେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା କମିଛି। ସେହିପରି ଡିଜେଲ ମଧ୍ୟ ୧୦ ପଇସା ଶସ୍ତା ହୋଇଛି। ଜୁଲାଇ ୫ରେ ଆଗତ ହୋଇଥିବା ବଜେଟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୧ଟଙ୍କା ସେସ୍ ଏବଂ ୧ ଟଙ୍କା ଏକସାଇଜ ଟିକସ ଲଗାଯାଇଥିଲା। ଫଳରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା।
ଇଣ୍ଡିଆନ ଅଏଲର ତଥ୍ୟାନୁସାରେ, ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୭୨.୯୦ ଥିବା ବେଳେ ଡିଜେଲ ୬୬.୪୯ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୭୮.୫୨ ଟଙ୍କା, ଜିଜେଲ ୬୯.୬୯ଟଙ୍କା, କୋଲକାତାରେ ପେଟ୍ରୋଲ ୭୫.୧୨ ଓ ଡିଜେଲ ୬୮.୪୮ ଟଙ୍କା ରହିଛି।