Odisha Link
Bridging the Missing Links in Odisha

କାର୍ଯ୍ୟକାରୀ ହେଲା-ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯

ଭୁବନେଶ୍ୱର : ସାକ୍ଷୀ ଦେଉଥିବା ବ୍ୟକ୍ତି ମାନେ ଆଉ ଭୟ କରିବେ ନାହିଁ। ଏଥର ସାକ୍ଷୀଙ୍କୁ ମିଳିବ ସୁରକ୍ଷା। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଦିଆଯିବ ସୁରକ୍ଷା। ଏଥିପାଇଁ ଉଦ୍ଦିଷ୍ଟ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସାକ୍ଷୀ ସୁରକ୍ଷା ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସୁପ୍ରିମକୋର୍ଟ ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅନୁସାରେ, ଗତ ଜୁଲାଇ ୬ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ ଜରିଆରେ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏହି ଯୋଜନା ଅନୁଯାୟୀ ତଦନ୍ତ ଠାରୁ କୋର୍ଟରେ ସାକ୍ଷ୍ୟ ପ୍ରଦାନ ପର୍ଯ୍ୟନ୍ତ ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।
ସାକ୍ଷୀମାନଙ୍କ ଉପରେ କେଉଁ ପ୍ରକାର ବିପଦ ଆଶଙ୍କା ରହିଛି ସେନେଇ ଜିଲ୍ଲା ପୁଲିସ ମୁଖ୍ୟ ଏକ ଥ୍ରେଟ୍ ଆନାଲେସିସ୍ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିରେ ସାକ୍ଷୀଙ୍କ ପରିଚୟ ଗୋପନୀୟତା, ଆବଶ୍ୟକସ୍ଥଳେ ସାକ୍ଷୀଙ୍କୁ ସ୍ଥାନାନ୍ତର କରିବା, ସେମାନଙ୍କ ବିଶ୍ୱାସଭାଜନ ହେବା ଓ ରେକର୍ଡ ପତ୍ରକୁ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି। ସାକ୍ଷୀମାନଙ୍କ ସୁରକ୍ଷା ପାଇଁ CCTV, ଆଲାରାମର ବ୍ୟବସ୍ଥା ମଧ୍ୟ କରାଯିବ। ବିପଦ ଦୃଷ୍ଟିକୋଣରୁ ସାକ୍ଷୀମାନଙ୍କୁ ୩ ପ୍ରକାରର ସୁରକ୍ଷା ଯୋଗାଇଦିଆଯିବ।

Comments are closed.