Odisha Link
Bridging the Missing Links in Odisha

ସାଇକ୍ଲୋନ୍ ଫନି-୨୦୧୯ ଡକ୍ୟୁମେଣ୍ଟାରୀ ଉନ୍ମୋଚିତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧକ୍ଷତାରେ ସଚିବାଳୟରେ ବାତ୍ୟା ‘ଫନି’ ସମ୍ବନ୍ଧିୟ ଏକ ଡକ୍ୟୁମେଣ୍ଟାରୀ ଉନ୍ମୋଚିତ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ପ୍ରାମାଣିକ ଚିତ୍ରରେ ‘ଫନି’ର ଡକ୍ୟୁମେଣ୍ଟାରୀ ଉନ୍ମୋଚିତ କରିଥିଲେ । ଏହି ଡକ୍ୟୁମେଣ୍ଟାରୀର ନାମ ରହିଛି ସାଇକ୍ଲୋନ୍ ଫନି-୨୦୧୯ ପୋଲିସ ରେସପନ୍ସ । ବାତ୍ୟା ଫୋନୀ ସମୟରେ ପୋଲିସର ସଫଳ କାର୍ଯ୍ୟଧାରା ସମ୍ପର୍କରେ ଏଥିରେ ଦର୍ଶଯାଇଛି। ତେବେ ଫୋନି ସମୟରେ ଓଡିଶା ପୋଲିସର ଉଦ୍ୟମକୁ ପ୍ରଂଶସା କରିବା ସହ ବାତ୍ୟା ବେଳେ ଓଡ଼ିଶା ପୋଲିସ ସାହସର ସହ କାମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.