Odisha Link
Bridging the Missing Links in Odisha

ଆଇପିଏଲ ଗଣିତ: ପ୍ଲେ ଅଫ୍‌ ଦୌଡ଼ରେ ଆରସିବି, ବିଦା ହୋଇପାରେ ଗୁଜରାଟ

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଇ‌ଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ। ଟାଇଟଲ୍‌ ଲଢ଼େଇ ପୂର୍ବରୁ ପ୍ଲେ ଅଫ୍‌ ଲଢ଼େଇ ଜୋରଦାର ଦେଖିବାକୁ ମିଳିଛି। ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଉ କେଉଁ ୩ ଦଳ ପ୍ଲେ ଅଫ୍‌ରେ ସ୍ଥାନ ପାଇବେ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ୮ଟି ମ୍ୟାଚରୁ ୭ଟିରେ ପରାଜୟ ବରଣ କରିବା ପରେ ପରବର୍ତୀ ୫ଟି ମ୍ୟାଚ ଜିତି ପ୍ଲେ ଅଫ୍ ଦୌଡ଼ରେ ସାମିଲ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ। ଯେଉଥିପାଇଁ ଆଇପିଏଲ୍‌ ଗଣିତ ଉପରେ ସମସ୍ତଙ୍କ ନଜର।

ରବିବାର ଖେଳାଯାଇଥିବା ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନର ବଡ଼ ବିଜୟ ବ୍ୟବଧାନରେ ପରାସ୍ତ କରିବା ପରେ ପ୍ଲେଅଫ୍କୁ ଯିବା ନେଇ ଦଳର ମନୋବଳ ବୃଦ୍ଧି ହୋଇଛି। ସେପଟେ ଆଉ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନକୁ ୫ୱିକେଟରେ ପରାସ୍ତ କରିବା ପରେ ଦଳର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି। ୧୩ ମ୍ୟାଚରୁ ୭ଟିରେ ବିଜୟ ସହ ୧୪ ପଏଣ୍ଟ ପାଇଁ ଚେନ୍ନାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ମେ ୧୮ରେ ଶେଷ ଲିଗ୍ ମ୍ୟାଚରେ ସିଏସକେ-ଆରସିବି ମଧ୍ୟରେ ଲଢେଇ ହେବାକୁ ଯାଉଛି। ଏହି ମ୍ୟାଚର ବିଜୟୀ ଦଳ ଟେବୁଲର ଶୀର୍ଷ ୪ରେ ସ୍ଥାନ ପାଇବାର ସମ୍ଭାବନା ରହିଛି।

ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଥିବା ବେଳେ ପଞ୍ଜାବ କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସ,, ଚେନ୍ନାଇ ସୁପର କିଙ୍ଗସ୍, ସନ୍‌ରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌ ଦୌଡ଼ରେ ଅଛନ୍ତି। ସେହିପରି ଆଜି ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଆଜିର ମ୍ୟାଚ୍‌ ଫଳାଫଳ ସ୍ପଷ୍ଟ କରିବ ଯେ ଗୁଜରାଟ ଟାଇଟନ୍ସ ପ୍ଲେ ଅଫ୍‌ ଦୌଡ଼ରେ ରହିବ ନା ନାହିଁ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା କୋଲକାତା ନାଇଟ ରାଇଡର୍ସ କୁ ଯଦି ଆଜି ଗୁଜରାଟ ମାତ ଦେବାରେ ସଫଳ ହେବ ତେବେ ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ ରହିବ ନଚେତ୍‌ ବିଦା ହେବ।

Leave A Reply

Your email address will not be published.