Odisha Link
Bridging the Missing Links in Odisha

ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ନିର୍ଯାତନା

ନବରଙ୍ଗପୁର : ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ଗରମ ଗୋବର ପାଣିରେ ୩ ଜଣଙ୍କର ହାତ ଜବରଦସ୍ତି ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ତିନି ଜଣଙ୍କର ହାତ ପୋଡ଼ି ଯାଇଛି । ନବରଙ୍ଗପୁର ଥାନା ନୂଆଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ଏଭଳି ଅକଥନୀୟ ନିର୍ଯାତନା ଦେଇଛନ୍ତି ୨ଟି ପରିବାରର ସଦସ୍ୟ । ଏହି ଗାଁର ବନମାଳୀ ଜାନୀ, ତାଙ୍କ ସ୍ତ୍ରୀ ଦୃପୁତ ଜାନୀ ଓ ୧୭ବର୍ଷୀୟ ଝିଅ ଶୁଭ ଜାନୀଙ୍କୁ ପାଖ ପଡୋଶୀ ଏଭଳି କାମ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ବନମାଳୀ ଗୁଣି ଗାରେଡି କରି ସେମାନଙ୍କର ଗାଈ, ଛେଳି, ମେଣ୍ଢାକୁ ମାରିଦେଉଛି ଓ ଲୋକ ମାନଙ୍କୁ ମଧ୍ୟ ଗୁଣି କରୁଛି ବୋଲି ପାଖ ପଡୋଶୀ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଛାନଭିନ୍ ଆରମ୍ଭ କରିଛି ପୋଲିସ ।

Comments are closed.