ଅଗ୍ନିକାଣ୍ଡରେ ୧୨ ଗାଈ ଓ ୪ ଛେଳି ଜୀବନ୍ତ ଦଗ୍ଧ

କଟକ : କଟକ ଜିଲ୍ଲା ମାହାଙ୍ଗା ନାହାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି। ରବୀନ୍ଦ୍ର ଦାସଙ୍କ ଗୁହାଳ ଘରେ ମଶା ପାଇଁ ଧୂଆଁ ଦେଇଥିବା ବେଳେ ଅକସ୍ମାତ ନିଆଁ ଲାଗିଯାଇଥିଲା। ୧୨ଟି ଗାଈ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ରବୀନ୍ଦ୍ରଙ୍କ ଘରଠାରୁ ଗୁହାଳ ଘରର ଦୂରତା ପ୍ରାୟ ୫୦ ମିଟର ହୋଇଥିବା ହେତୁ ଅଗ୍ନିକାଣ୍ଡର ସୂଚନା ପାଇ ପାରିନଥିଲେ। ସ୍ଥାନୀୟ ବାସିନ୍ଦା ଡାକ ପକାଇବାରୁ ରବୀନ୍ଦ୍ର ନିଶ୍ଚିନ୍ତକୋଇଲି ଫାୟାର ଷ୍ଟେସନକୁ ଫୋନ୍ କରିବାରୁ ନିଆଁ ଲିଭାଯାଇଥିଲା। ହେଲେ ସେତେବେଳକୁ ୧୨ଟି ଗାଈ ଏବଂ ୪ଟି ଛେଳି ସଂପୂର୍ଣ୍ଣ ପୋଡି ମରିଯାଇଥିଲେ।