Odisha Link
Bridging the Missing Links in Odisha

ଆଜି ଜାତୀୟ କ୍ରୀଡ଼ା ଦିବସ: ୧୯ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଦେଶର ଖେଳାଳୀଙ୍କ ପାଇଁ ଦିନଟିଏ। ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ। ହକିର ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତି ଆଜି। ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ସାରା ଦେଶରେ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ। ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଏଥିସହ କ୍ରିକେଟର ରବୀନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର୍ ପୁନମ ଯାଦବ, ଆଥଲେଟ ତେଜିନ୍ଦର ପାଲ ସିଂ ତୁରଙ୍କ ଭଳି ୧୯ ଜଣ ଆଥଲେଟଙ୍କୁ ଅର୍ଜୁନ ପୁରସ୍କାର ମିଳିବ।

Comments are closed.