ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାକୁ ଆଉ ମିଳିଲା ଆଉ ଏକ ପୁରସ୍କାର। ଏଥର କିନ୍ତୁ କେଉଁ ନେତା ମନ୍ତ୍ରୀଙ୍କୁ ପୁରସ୍କାର ମିଳିନାହିଁ। ପୁରସ୍କାର ମିଳିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ପୁରସ୍କାର ଗ୍ରହଣ କରିଥିଲେ। ୨୦ ଲକ୍ଷରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ବିମାନବନ୍ଦର ଶ୍ରେଣୀରେ ଭୁବନେଶ୍ବର ବିମାନବନ୍ଦରକୁ ଶ୍ରେଷ୍ଠ ବିବେଚିତ କରାଯାଇଥିଲା।
Comments are closed.