Odisha Link
Bridging the Missing Links in Odisha

ଏସବିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣର ଋତୁ। ଏହାର ପୁର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କରିଛି ବଡ଼ ଘୋଷଣା। ଋଣ ଓ ସ୍ଥାୟୀ ଜମା ଉପରେ ସୁଧ ହାର କମାଇବାକୁ ଘୋଷଣା କଲା ବ୍ୟାଙ୍କ। ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ ଆସନ୍ତାକାଲିଠାରୁ ସୁଧ ହାର ୧୦ ବେସିକ୍ ପଏଣ୍ଟ ହ୍ରାସ କରାଯିବ। ଏହା ଚଳିତ ଆର୍ଥିକ ବର୍ଷଠାରୁ ଲାଗୁ ହେବ ବୋଲି ସୂଚନା ରହିଛି। ବାର୍ଷିକ ମାର୍ଜିନାଲ ଲେଣ୍ଡିଙ୍ଗ ରେଟ୍ ବା ଏମସିଏଲଆର ୮.୨୫ ପ୍ରତିଶତରୁ କମାଇ ୮.୧୫ ପ୍ରତିଶତ ହେବ। ସୁଧ ହାର ହ୍ରାସ ପାଇବା ଦ୍ୱାରା ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଇଏମଆଇ କମିବ। ଋଣଗ୍ରହିତାଙ୍କୁ ଏହା ଲାଭପ୍ରଦ ହେବ ବୋଲି କୁହାଯାଇଛି।

ଅନ୍ୟପଟେ ଫିକ୍ସ ଡିପୋଜିଟ୍ ଉପରେ ମଧ୍ୟ ସୁଧ ହାର ହ୍ର୍ରାସ କରିବାକୁ ନିଷ୍ପତି ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଯାହା ଫଳରେ ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥିବା ଗ୍ରାହକମାନଙ୍କୁ କିଛି ପରିମାଣରେ କ୍ଷତି ସହିବାକୁ ପଡିବ। ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି। ମେ’ ମାସ ପରେ ଏହା ଷ୍ଟେଟ ବ୍ୟାଙ୍କର ପଞ୍ଚମ ଥର ସୁଧ ହାର ହ୍ରାସ। ଅକ୍ଟୋବର ପହିଲା ସୁଧା ନୂଆ ସୁଧ ହାର ହ୍ରାସ ଲାଗୁ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସମଗ୍ର ଦେଶରେ ୨୨, ୦୦୦ରୁ ଅଧିକ ଶାଖା ଥିବା ଷ୍ଟେଟ୍ ବ୍ୟାଙ୍କ୍ ଭାରତର ସର୍ବ ବୃହତ୍ ବ୍ୟାବସାୟିକ ବ୍ୟାଙ୍କର ମାନ୍ୟତା ପାଇଛି।

Comments are closed.