ଦୁନିଆର ସବୁଠୁ ବଡ଼ ତୈଳ କମ୍ପାନୀରେ ଅଗ୍ନିକାଣ୍ଡ

ସାଉଦି ଆରବ: ଦୁନିଆର ସବୁଠାରୁ ବଡ଼ ତୈଳ କମ୍ପାନୀରେ ନିଆଁ। ହୁ ହୁ ହୋଇ ଜଳୁଛି ବଡ଼ ତୈଳ କମ୍ପାନୀ ଆରାମକୋ। ତୈଳ ଖଣିରେ ଏବେ ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ମିଳଥିବା ସୂଚନା ଅନୂଯାୟୀ ସାଉଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନୀ ଆରାମକୋ ଉପରେ ଆଜି ଡ୍ରୋନରେ ଆକ୍ରମଣ କରାଯାଇଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ।
କିଏ ଡ୍ରୋନରେ ଆକ୍ରମଣ କରିଛି ତାହା ଏଯାଏ ଅସ୍ପଷ୍ଚ ରହିଛି। ହେଲେ ପୂର୍ବରୁ ୟେମେନରେ ଥିବା ହୁତି ବିଦ୍ରୋହୀ ଡ୍ରୋନରେ ଆକ୍ରମଣ କରିଥିବାରୁ ଏହି ଆକ୍ରମଣ ସେ ହିଁ କରିଥାଇପାରେ ବୋଲି ସୂଚନା ରହିଛି। ତେଲ ଖଣିରେ ନିଆଁ ଲାଗିବା ପରେ କେତେ କ୍ଷତି ହୋଇଛି ଆଗାମୀ ଦିନରେ ବଜାର ଉପରେ କି ପ୍ରଭାବ ପକାଇବ ତାହା ଅସ୍ପଷ୍ଟ ରହିଛି। ଦୁଇ ପରମାଣୁ ସମ୍ପନ୍ନ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ତେଲକୁ ନେଇ ବିବାଦ ଚାଲିଥିବା ବେଳେ ସାଉଦି ଆରବର ଆରାମକୋ ଉପରେ ଆକ୍ରମଣ ହେବା ଅନେକ କିଛି ନକାରାତ୍ମକ ଭାବନାକୁ ଉଜାଗର କରିଛି।
ଏହାପୁର୍ବରୁ ବିଶ୍ୱର ସବୁଠୁ ବଡ଼ ଏହି ତେଲ କମ୍ପାନୀ ଉପରେ ଆତଙ୍କବାଦୀ ନଜର ରଖିଥାନ୍ତି। ୨୦୦୬ରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସାଉଦି ଆରବର ଏହି ରାଷ୍ଟ୍ରୀୟ ତେଲ କମ୍ପାନୀ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ହେଲେ ଏହା ବିଫଳ ହୋଇଥିଲା।