Odisha Link
Bridging the Missing Links in Odisha

ଆୟୁଷ୍ମାନଙ୍କ ସଫଳତା ର ଚାବିକାଠି ତାଙ୍କ ବାପା

ଭୁବନେଶ୍ୱର :ଡ୍ରିମ ଗାର୍ଲ ଅର୍ଥାତ ଆୟୁଷ୍ମାନ ଖୁରାନାଙ୍କର ଆଜି ଜନ୍ମଦିନ। ଦିଲ୍ଲୀରେ ପଢ଼ୁଥିବା ସମୟରେ ଆୟୁଷ୍ମାନ ରେଡିଓ ଜକିରେ କାମ କରୁଥିଲେ। ଏବଂ ସେହି ସମୟରେ ହଠାତ ତାଙ୍କ ପିତାଙ୍କର ଗୋଟେ ଫୋନ କଲ୍‌ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା।


ନିକଟରେ ଏକ ଇଣ୍ଟରଭ୍ୟୁରେ ଆୟୁଷ୍ମାନ ଖୁରାନା କହିଛନ୍ତି, ‘ମୋ କ୍ୟାରିୟାରେ ମୋ ବାପାଙ୍କର ବହୁତ ବଡ ଯୋଗଦାନ ରହିଅଛି। ସେ ମୋତେ ବହୁତ ସାହାଯ୍ୟ କରନ୍ତି। ମୁଁ ଭବୁଥିଲି କିଛି ଦିନ ପରେ ମୁମ୍ବାଇକୁ ଯାଇ ଅଭିନୟରେ କାମ କରିବି , ଓ ସେ ପର୍ଯ୍ୟନ୍ତ କିଛି ଟଙ୍କା ସଞ୍ଚୟ କରିନେବି । ବାପା ସେହି ଗୋଟିଏ କଲରେ କହିଥିଲେ ,ମୁମ୍ବାଇ ଚଲେ ଯାଓ। ବାପାଙ୍କ କଥାରେ ମୁଁ ମୁମ୍ବାଇ ଚାଲିଆସିଲି ।ସେହିଦିନ ଠାରୁ କେବେବି ପଛକୁ ଫେରି ଚାହିଁ ଦେଖିନାହିଁ।

ଆୟୁଷ୍ମାନ ଖୁରାନାଙ୍କର ଭାଇ ଅପାରଶକ୍ତି ଖୁରାନା ମଧ୍ୟ ଅଭିନୟ ଦୁନିଆରେ ନିଜ ପାଦ ରଖି ସାରିଛନ୍ତି। ଆୟୁଷ୍ମାନଙ୍କୁ ତାଙ୍କ ସିନେମା ଅନ୍ଧାଧୁନ୍‌ ପାଇଁ ନ୍ୟାସନାଲ ଆୱାର୍ଡ ମିଳିଛି ।ସେ କହିଛନ୍ତି,ବଡ ସଫଳତା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ।
ଆୟୁଷ୍ମାନ ନିଜ କ୍ୟାରିୟରର ଆରମ୍ଭ ଏମ୍‌ ଟିଭିର ଲୋକପ୍ରିୟ ଶୋ ‘ରୋଡିଜ୍‌ ୨’ରୁ କରିଥିଲେ ।ଏବଂ ସେ ବିଜେତା ମଧ୍ୟ ହୋଇଥିଲେ ।ତାଙ୍କର ପ୍ରଥମ ଚାକିରି ରେଡିଓ ଜକି ରୂପରେ ବିଗ୍‌ ଏଫଏମ୍‌ ଦିଲ୍ଲୀରେ ହୋଇଥିଲା। ସେ ଅନେକ ଶୋରେ ଆଙ୍କରିଂ ମଧ୍ୟ କରିଛନ୍ତି। ତାପରେ ସିନେମା ବିକି ଡନରରୁ ବଲିଉଡରେ ପାଦ ରଖିଥିଲେ।

Comments are closed.