Odisha Link
Bridging the Missing Links in Odisha

ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇପାରନ୍ତି ସଚିନ

ଭୁବନେଶ୍ବର :ଜଣେ ପରିଚିତ ଚେହେରା ହୋଇପାରନ୍ତି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର।କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓଡ଼ିଶା ପର୍ଯ୍ୟଟନର ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ହୋଇପାରନ୍ତି। କୌଣସି ନିଷ୍ପତ୍ତି ନ ହୋଇଥିଲେ ମଧ୍ୟ ଆଲୋଚନା ଚାଲିଛି। ସବୁକିଛି ଠିକ୍‌ଠାକ୍‌ ଚାଲିଲେ ଖୁବ୍‌ଶୀଘ୍ର ତେନ୍ଦୁଲକର ଓଡ଼ିଶାର ପର୍ଯ୍ୟଟନ ସମ୍ବଳକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ଲାଟଫର୍ମରେ ପ୍ରମୋଟ କରିବେ।

ଦୀର୍ଘଦିନ ହେବ ଦାବି ହେଉଥିଲାକି ବିଦେଶୀ ଏବଂ ଦେଶୀୟ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଜଣେ ଖ୍ୟାତନାମା ସେଲିବ୍ରିଟିଙ୍କୁ ଓଡ଼ିଶା ଟୁରିଜମ୍‌ ‘ବ୍ରାଣ୍ଡ୍‌ ଆମ୍ବାସାଡର’ କରିବା ପାଇଁ ।ଗୁଜରାଟ, ପଶ୍ଚିମବଙ୍ଗ, ଆସାମ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକରେ ନାମିଦାମି ବଲିଉଡ୍‌ ସେଲିବ୍ରିଟିଙ୍କୁ ସେମାନଙ୍କ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସାଡର କରିଛି ।ସେମାନେ ହେଲେ ,ପ୍ରିୟଙ୍କା ଚୋପ୍ରା ,ଶାହରୁଖ୍‌ ଖାନ,ଅମିତାଭ ବଚ୍ଚନଓ ଅଜୟ ଦେବଗନ କିନ୍ତୁ ଏ କ୍ଷେତ୍ରରେ ଓଡ଼ିଶା ବହୁତପଛରେ ପଡ଼ିଯାଇଛି।

ସେଲିବ୍ରିଟି ଆମ୍ବାସାଡର ନ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ହେଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ଲୋକଲୋଚନକୁ ଆସିପାରୁନାହିଁ। ଏହା ଅନେକ ସମୟରେ ବିଭିନ୍ନ ହୋଟେଲିୟର ଏବଂ ଟୁର୍‌ ଅପରେଟରମାନେ ଅଭିଯୋଗ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରାଯାଇଛି କିନ୍ତୁ ଟିଭି ଚ୍ୟାନେଲର ବିଜ୍ଞାପନରେ ଓଡ଼ିଆ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳୁଛି। କିନ୍ତୁ ଏହି ଅଭିନେତ୍ରୀ, ଅଭିନେତାମାନେ ଦେଶ ବିଦେଶରେ ପରିଚିତ ନ ଥିବାରୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିପାରୁନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ଷ୍ଟାର୍‌ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କୁ ରାଜ୍ୟ ପର୍ଯ୍ୟଟନର ଆମ୍ବାସାଡର କରିବା ପାଇଁ ବିଭାଗ ଚିନ୍ତା କରୁଛି।

ତେନ୍ଦୁଲକରଙ୍କ ସହ କଥାବର୍ତ୍ତା ଚାଲିଛି ଓ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସଚିନଙ୍କ ବ୍ରାଣ୍ଡ୍‌ର ଭାଲ୍ୟୁ ବଲିଉଡ୍‌ କଳାକାରଙ୍କମାନଙ୍କ ଠାରୁ ବିଶେଷ ଅଧିକ। ଏହିପରି ଯଦି ଓଡ଼ିଶା ପର୍ଯ୍ୟଟନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ବିଜ୍ଞାପନରେ ନଜର ଆସେ, ରାଜ୍ୟ ପର୍ଯ୍ୟଟନ ବିଶ୍ୱସ୍ତରରେ ବିଶେଷଭାବେ ପରିଚିତ ହୋଇପାରିବ। ଓଡ଼ିଶାର ବ୍ରାଣ୍ଡିଂ କ୍ୟାମ୍ପେନକୁ ଏକ ନୂଆ ଦିଗ ମିଳିବା ସହିତ , ଆସାମ, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ଓଡ଼ିଶା ଟୁରିଜମ୍‌ ଏକ ନୂତନ ସ୍ତରକୁ ଯାଇପାରିବ।

Comments are closed.