Odisha Link
Bridging the Missing Links in Odisha

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଦିବସ ଧୁମଧାମରେ ପାଳିତ

ନୟାଗଡ଼: ସତସଙ୍ଗ ବିହାର ପରିସର ମଧ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ୧୩୨ତମ ଶୁଭ ଜନ୍ମ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରତୁଶରେ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ପ୍ରାଥନା, ସଦ ଗ୍ରନ୍ଥ ପାଠ, ମାତୃ ସମିଳନୀ, ସଂଗତାଞ୍ଜଳି, ହୋଇଥିଲା ପରେ ଠାକୁରଙ୍କ ଦିବ୍ୟ ଜୀବନୀ ଉପରେ ଆଲୋଚନା ହୋଇଥିଲା। ସାମ୍ପ୍ରତିକ ସମାଜ ରେ ପରିବାର ଓ ପରିବେଶ ର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ବାଲେଶ୍ୱର ରୁ ଆସିଥିବା ଠାକୁରଙ୍କ ସହ ପ୍ରତିରିତିକ ରବି ରଣା ଆଲୋଚନା କରିଥିଲେ।

ଧୁସାସନ ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ସତ୍ସଙ୍ଗରେ ଶତାଧିକ ଗୁରୁ ଭାଇ, ମା ମନେ ସାମିଲ ହୋଇଥିଲେ। ଇଞ୍ଜିନିୟର ମନୋଜ ସାହୁ ଠାକୁରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ମନୋଜ ପଣ୍ଡା, ପ୍ରତୁଳ ଦାସ, ସ୍ମରଜିତ ଶତପଥୀ, ଉତ୍ପଲ ସାହୁ, ଗିରିଧାରୀ ନାୟକ, ଉମେଶ ଦାସ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ସ୍ମରଜିତ ଶତପଥୀ, ଠାକୁରଙ୍କ ଭଜନ ପରିବେଷଣ କରିଥିଲେ ।ଏକ କେନ୍ଦ୍ରିକ ପରିବାର ସହ, ସକାଳ ଓ ସନ୍ଧ୍ୟା ରେ ପାଇବାର ର ସମସ୍ତେ ଏକାଠି ହୋଇ ପ୍ରାଥନା କରିବା ସହ ଗୁରୁଜନ ମାନଙ୍କୁ ପ୍ରଣାମ କେଇବା ନିତ୍ୟାନ୍ତ ଆବଶ୍ୟକ । ତାହେଲେ ସୁସ୍ଥ ପରିବାର ଗଠନ ହେଲେ, ସୁସ୍ଥ ସମାଜ ର ଗଠନ ହୋଇପାରିବ ବୋଲି ଆଲୋଚନା କେଇଥିଲେ ।

୧୮୮୮ ମସିଆର ବର୍ତ୍ତମାନର ବାଂଲାଦେଶ ର ହିମାୟତ ପୁର ରେ ଶ୍ରୀ ଶ୍ରୀ ଠାକୁର ଜନ୍ମ ଗ୍ରହଣ କରିଥିଲେ , ପରବର୍ତୀ ସମୟରେ ଝାରଖଣ୍ଡ ର ଦେଓଘର ଆସି ଆଶ୍ରମ କରି ଠାକୁର ପରିବାର ଅବଥାପିତ ହୋଇଥିବା ବେଳେ, କାଳକ୍ରମେ ଲୋକଙ୍କ ଉପରେ ଅନୁକୂଳଚଂଦ୍ରଙ୍କ ଜୀବନିର ପ୍ରଭାବ ପଡିଥିଲା । ମାତୃ ଭକ୍ତ ଅନୁକୂଳ ସବୁବେଳେ ଜନ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ସହ, କୀର୍ତ୍ତନ ଓ ନାମ ଧ୍ୟାନ ମାଧ୍ୟମରେ ମଣିଷ ମାନଙ୍କର ପ୍ରକୃତି, ପ୍ରବୃତ୍ତି କୁ ଶୁଣିନୟନ୍ତ୍ରିତ କରି କିଭଳି ସହଜ ସରଳ ଜୀବନ ଯାପନ କରିବେ, ସେଥିନିମନ୍ତେ ଉପଦେଶ ଦେଉଥିଲେ । ବିଶ୍ୱରେ ଆଜି କୋଣ ଅନୁକୋଣ ରେ ଲୋକମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ସତ୍ସଙ୍ଗରେ ସାମିଲ ହେଉଛନ୍ତି ।

Comments are closed.