Odisha Link
Bridging the Missing Links in Odisha

‘ଅସ୍ତ୍ର’ର ସଫଳ ପରୀକ୍ଷଣ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ବଙ୍ଗୋପସାଗର ଉପକୂଳରେ ‘ଏୟାର ଟୁ ଏୟାର’ ମିସାଇଲ୍ ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି। ଏସ୍‌ୟୁ-୩୦ ଏମ୍‌କେଆଇ ଯୋଗେ ଆକାଶ ମାର୍ଗରୁ ହିଁ ଏହି ପରୀକ୍ଷଣ କରାଯାଇଛି। ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଏୟାର ଟୁ ଏୟାର ମିସାଇଲ୍। ଆଜି ଏହାର କ୍ଷମତା ବାବଦରେ ଜାଣିବାକୁ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ୍‌ ଏବଂ ସେନ୍ସର ସାହାଯ୍ୟରେ ଏହି ମିସାଇଲକୁ ଟ୍ରାକ୍‌ କରାଯାଇଥିଲା। ଏଥିରୁ ହିଁ ସ୍ପଷ୍ଟ ହୋଇଥିଲା ‘ଅସ୍ତ୍ର’ ଟାର୍ଗେଟ୍‌ ପୂରଣ କରିପାରିଛି।

ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ‘ବିୟୋଣ୍ଡ ଭିଜୁଆଲ ରେଞ୍ଜ’ ମିସାଇଲ୍‌ ୭୦ କିଲୋମିଟରର ଟାର୍ଗେଟ୍‌ ପୂରଣ କରିପାରୁଛି। ଏହା ଘଣ୍ଟା ପ୍ରତି ୫,୫୫୫ କିଲୋମିଟର ବେଗରେ ଗତି କରିପାରେ। ଏହାକୁ ଡିଆରଡିଓ ସହିତ ଅନ୍ୟ ୫୦ଟି ସରକାରୀ ଓ ବେସରକାରୀ ସଂସ୍ଥା ମିଶି ନିର୍ମାଣ କରିଛନ୍ତି। ଏହାକୁ ଆକାଶ ମାର୍ଗରେ ବ୍ୟବହାର କରିବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ସୁଖୋଇକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି।

Comments are closed.