Odisha Link
Bridging the Missing Links in Odisha

ସନ୍ଥକବି ଭୀମଭୋଇ ଗ୍ରନ୍ଥାଗାର ଉଦଘାଟିତ, କଥାକାର ଶୁଭ୍ରାଂଶୁ ପଣ୍ଡା ଓ କବି ଗୋଦାବରୀଶ ସାହୁ ସମ୍ମାନିତ

ନୟାଗଡ଼: ଆଜି ନୟାଗଡ଼ ପି.ଟି.ଏସ୍‌ ରୋଡ଼ସ୍ଥିତ ନୟାଗଡ଼ ଦର୍ପଣ ଅଫିସ୍‌ କାର୍ଯ୍ୟାଳୟ ପରିସରରେ ସନ୍ଥକବି ଭୀମଭୋଇ ଗ୍ରନ୍ଥାଗାରରୁ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର। ଆୟୋଜିତ ସଭାରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସନ୍ଥକବି ଭୀମଭୋଇଙ୍କ ବିଷୟରେ କହିବା ସହିତ ଆଜିର ଆଧୁନିକ ଯୁଗରେ ଗ୍ରନ୍ଥାଗାର ମୂଲ୍ୟ କଣ ସେ ଉପରେ ଆଲୋଚନା କରିଥିଲେ।

ଏଥିସହିତ ବିଶିଷ୍ଟ କଥାକାର ଶୁଭ୍ରାଂଶୁ ପଣ୍ଡା ଓ କବି ଗୋଦାବରୀଶ ସାହୁଙ୍କୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଫେସର ଦୁଃଖୀଶ୍ୟାମ ଦାସ, ପ୍ରମାେଦ ପଟ୍ଟନାୟକ ଏବଂ ସାହିତ୍ୟିକ ଡଃ. ବିଜୟ କୁମାର ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।

Comments are closed.