Odisha Link
Bridging the Missing Links in Odisha

‘ଦବଙ୍ଗ ୩’ରେ ସଲ୍‌ମାନ୍‌ ଖାନ୍‌ଙ୍କ ନୂଆ ପ୍ରେମିକା

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ ଖାନ୍‌ ଅନେକ ନୂଆ ଚେହେରା ଆନିଛନ୍ତି । ତାଙ୍କୁ ଅନେକ କଳାକାର ଗଡ୍‌ଫାଦର୍‌ ବୋଲି ମଧ୍ୟ କୁହନ୍ତି । ସଲମାନ୍ ଅଭିନେତା ଓ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ସାନ ଝିଅ ସାଇଙ୍କୁ ବଲିଉଡ୍‌ରେ ସୁଯୋଗ ଦେଇଛନ୍ତି। ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ଅପ୍‌କମିଂସିନେମା ‘ଦବଙ୍ଗ-୩’ ରେ ସାଇ ଡେବ୍ୟୁ କରିବେ। ସିନେମାଟିକୁ ସୁପରଷ୍ଟାର ପ୍ରଭୁଦେବା ନିର୍ଦ୍ଦେଶନା ଦେଇଛନ୍ତି ।

ସାଇ ଏହି ସିନେମାରେ ସଲ୍‌ମାନ୍‌ଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିପାରନ୍ତି।ସଲମାନ୍‌ ‘ଦବଙ୍ଗ-୩’ ସିନେମାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ଫ୍ୟାନ୍‌ଙ୍କ ପାଇଁ ଶୁଟିଂ ସେଟ୍‌ର ଫଟୋ ଶେଆର କରନ୍ତି। ସଲ୍‌ମାନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଶେଆର କରିଛନ୍ତି , ଯେଉଁଥିରେ ସଲ୍‌ମାନ୍‌ଓ ସାଇ ମଞ୍ଜରେକର ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି । ଏବଂ ଏକ ଆୱାର୍ଡ 2019ରେ ମଧ୍ୟ ସାଇ ଓ ସଲ୍‌ମାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା।


‘ଦବଙ୍ଗ ୩’ ସିନେମାଟି ବଡ଼ଦିନରେ ରିଲିଜ୍‌ ହେବ। ସିନାମାର ମୋସନ୍ ପୋଷ୍ଟର୍‌ ରିଲିଜ୍‌ ହୋଇଯାଇଛି । ଦର୍ଶକ ଉତ୍ସାହର ଟ୍ରେଲର୍‌କୁ ଅପେକ୍ଷା କରି ରହିଛନ୍ତି। ସିନେମାଟି ଚାରିଟି ଭାଷା ତଥା ହିନ୍ଦୀ ସହିତ ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାରେ ରିଲିଜ୍‌ ହେବ। ଏହି ଚାରିଟି ଭାଷାରେ ନିଜେ ସଲମାନ ସିନେମାର ଡବିଂ କରିବେ।

Comments are closed.