Odisha Link
Bridging the Missing Links in Odisha

ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

କଳାହାଣ୍ଡି: ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଜାରିଙ୍ଗ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ। ଯୁବତୀ ଜଣକ ପ୍ରେମିକଙ୍କ ସହ ଜଙ୍ଗଲକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାରେ ୫ରୁ ୭ ଜଣ ଯୁବକ ସମ୍ପୃକ୍ତ ଥିବା ଜଣାପଡିଛି।
ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସର ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ଘଟଣା କିଛି ଦିନ ତଳର ହୋଇଥିବାବେଳେ ପୋଲିସରେ ଅଭିଯୋଗ ହୋଇନଥିଲା। ଅଭିଯୁକ୍ତ ଯୁବକ ଜୁନାଗଡ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରେମୀଯୁଗଳ ଧର୍ମଗଡ ସବଡିଭିଜନ୍ ଅଞ୍ଚଳର ବୋଲି ଜଣାପଡିଛି।

Comments are closed.