Odisha Link
Bridging the Missing Links in Odisha

ସୋନିଆ ଗାନ୍ଧୀ ଓ ମନମୋହନଙ୍କ ସହ ଭେଟ ବେଳେ ଜେଲରେ କଣ କହିଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ସାକ୍ଷାତ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅସ୍ଥାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଆଜି ତିହାର ଜେଲକୁ ଯାଇ ଚିଦାମ୍ବରମଙ୍କୁ ଭେଟ କରିଥିଲେ ମନମୋହନ ଓ ସୋନିଆ। ବର୍ତ୍ତମାନ ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ବିଚାରାଧୀନ କଏଦୀ ଭାବେ ବନ୍ଦୀ କରି ରଖାଯାଇଛି।

ସାକ୍ଷାତ ପରେ ଚିଦାମ୍ବରମ ଟ୍ବିଟ୍‌ କରି କହିଛନ୍ତି ଯେ, ମୁଁ ମୋ ପରିବାରକୁ ମୋ ତରଫରୁ ଟ୍ବିଟ୍‌ କରିବାକୁ କହିଛି। ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହ ମୋତେ ସାକ୍ଷାତ କରିବାକୁ ଆସିଥିବାରୁ ମୁଁ ଗର୍ବିତ। ଏଥିସହିତ କହିଛନ୍ତି ଯେ ପର୍ଯ୍ୟନ୍ତ କଂଗ୍ରେସ ଦଳ ସୁଦୃଢ଼ ଓ ବାହାଦୁର ଅଛି। ସେ ପର୍ଯ୍ୟନ୍ତ ମୁଁ ମଧ୍ୟ ଦୃଢ଼ ଓ ବାହାଦୁର ହୋଇ ରହିବି।

ପୂର୍ବରୁ ତିହାର ଜେଲ୍‌ ତରଫରୁ କୁହାଯାଇଥିଲା କି, କଂଗ୍ରେସ ନେତାମାନଙ୍କର ସାକ୍ଷାତ୍‌ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ନାହିଁ। ସେପ୍ଟେମ୍ବର ୫ ତାରିଖରୁ ଜେଲ୍‌ରେ ଥିବା ଚିଦମ୍ବରମ୍‌ଙ୍କୁ ନିଜର ସମର୍ଥନ ଜଣାଇବାକୁ ସୋନିଆ ଓ ମନମୋହନ ତାଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ। ଏଯାବତ୍‌ ଚିଦମ୍ବରମ୍‌ ଅଦାଲତରୁ କୌଣସି ଆଶ୍ୱସ୍ତି ପାଇନାହାନ୍ତି। ସୋମବାର ଦିନ ତାଙ୍କ ଆବେଦନର ଶୁଣାଣି କରାଯିବ।

Comments are closed.