Odisha Link
Bridging the Missing Links in Odisha

ଆମ୍ବୁଲାନ୍ସକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍

ସୋର: ‍ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଓଭରବ୍ରିଜ ନିକଟରେ ସକାଳେ ଏକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସୋର ଅଞ୍ଚଳର ଜଣେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଉଥିଲା। ମାତ୍ର ଖନ୍ତାପଡ଼ାରେ ଏକ ଗୋରୁ ବୋଝେଇ ପିକଅପ୍‌ ପଛରୁ ଆମ୍ବୁଲାନ୍ସକୁ ପିଟି ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉକ୍ତ ଯୁବତୀଙ୍କ ସମେତ ତାଙ୍କ ବାପା ମା’ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକରୁ ଗୋଟିଏ ଗୋରୁ ବୋଝେଇ ପିକ୍‌ଅପ୍‌ ଜଳେଶ୍ୱର ଆଡକୁ ଯାଉଥିଲା। ପିକ୍‌ଅପ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଖନ୍ତାପଡ଼ା ଓଭରବ୍ରିଜ ନିକଟରେ ଏକ ଆମ୍ବଲାନ୍ସକୁ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗୁରୁତର ୩ ଜଣଙ୍କୁ ବାଲେଶ୍ୱର ପଠାଇ ଦିଆଯାଇଛି। ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ।

Comments are closed.