Odisha Link
Bridging the Missing Links in Odisha

ୟଶରାଜ୍‌ ଫିଲ୍ମସ୍‌କୁ ମନା କଲେ ଏହି କଳାକାର

ମୁମ୍ବାଇ: ୟଶରାଜ୍‌ ବ୍ୟାନର୍‌ ସହକାମ କରିବା ପାଇଁ ବଲିଉଡ୍‌ର ପ୍ରାୟ ସବୁ କଳାକାରଙ୍କ ସ୍ୱପ୍ନ ଥାଏ।କିନ୍ତୁ ଏହା ସବୁ କଳାକାରଙ୍କ ଭାଗ୍ୟରେ ନଥାଏ। ୟଶରାଜ୍‌ ବ୍ୟାନର୍‌ର ବଣ୍ଟି ଓ ବବ୍‌ଲି-୨’ ସିନେମା କରିବାକୁ ଛୋଟେ ନବାବ୍‌ ସୈଫ୍ ଅଲ୍ଲୀ ଖାନ୍‌ ମନା କରି ଦେଇଛନ୍ତି।ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।
ବଣ୍ଟି ଓ ବବ୍‌ଲି-୨ ସିନେମାରେ ଲିଡ୍‌ ରୋଲ୍‌ରେ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଛନ୍ତିଓ ସେକେଣ୍ଡ ଲିଡ୍‌ ପାଇଁ ସୈଫ୍‌ଙ୍କୁ ଫାଇନାଲ୍‌ କରାଯାଇଥିଲା। ସୈଫ୍ ଏହି ରୋଲ୍ ପାଇଁ ପ୍ରଥମେ ରାଜି ହୋଇଥିଲେ । ହଠାତ୍‌ ଏବେ ମନା କରି ଦେଇଛନ୍ତି।

୨୦୦୫ରେ ଆସିଥିବା ‘ବଣ୍ଟି ଔର୍ ବବ୍‌ଲି’ରେ ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ରୋଲ୍‌ କରିଥିଲେ ।ଏହି ସିନେମା ପାଇଁ ପ୍ରଥମେ ଅଭିଷେକ ବଚ୍ଚନଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ଅଭିଷେକଙ୍କୁ କାହାଣୀଟି ପସନ୍ଦ ନ ଆସିନଥିଲା ଓ ସେ ମନା କରି ଦେଇଥିଲେ। ପରେ ନିର୍ମାତା ସୈଫ୍‌ଙ୍କୁ ଅଫର୍‌ ଦେଇଥିଲେ। ତାଙ୍କୁ ସିନେମାର କାହାଣୀ ପସନ୍ଦ ଆସିବା ସହ ସାଇନ୍‌ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ସିନେମାର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାର ଥିଲା ହେଲେ ଶେଷ ମୁହୂର୍ତ୍ତରେ ସୈଫ୍ ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ । ଏହା ନିର୍ମାତାଙ୍କୁ ଅଡୁଆରେ ପକାଇ ଦେଇଛି।
ପୂର୍ବରୁ ସୈଫ୍‌ ୟଶରାଜ୍‌ ବ୍ୟାନର୍‌ ସହ ‘ସଲାମ୍ ନମସ୍ତେ ,’ହମ୍‌ ତୁମ୍‌’, ‘ତାରା ରମ୍ ପମ୍’, ‘ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍’ ଓ ‘ରୋଡ୍‌ ସାଇଡ୍‌ ରୋମିଓ’ ପରି ସିନେମାରେ କାମ କରି ସାରିଛନ୍ତି।କିନ୍ତୁ ସୈଫ୍‌ କ’ଣ ପାଇଁ ଏହି ସିନେମା ଛାଡ଼ିଲେ, ତାହା ଜଣା ପଡିନାହିଁ ।

Comments are closed.