Odisha Link
Bridging the Missing Links in Odisha

ବିଜେଡି ଉପମୁଖ୍ୟ ସଚେତକ: ପ୍ରଣବ ଆଉଟ୍, ରୋହିତ୍‌ ଇନ୍

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପଦ ପଦବୀରେ ଏକ ଅଦଳ ବଦଳ କରିଛନ୍ତି। ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବୀରୁ ପ୍ରଣବ ବଳବନ୍ତରାୟଙ୍କୁ ବିଦା କରିଛନ୍ତି ସୁପ୍ରିମୋ।

ଶ୍ରୀ ପଟ୍ଟନାୟକ ଆଜି ବିଜେଡି ଉପମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହି ପଦରେ ପୂର୍ବରୁ ପ୍ରଣବ ବଳବନ୍ତରାୟ ରହିଥିଲେ। ତେବେ ହଠାତ କାହିଁକି ପ୍ରଣବଙ୍କୁ ବିଦା କରାଯାଇ ରୋହିତଙ୍କୁ ନିଯୁକ୍ତ କରାଗଲା ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

Comments are closed.