Odisha Link
Bridging the Missing Links in Odisha

ପୁଣି ଦକ୍ଷିଣ କୋରିଆରେ ନୂଆ ସିନେମାର ରିମେକ୍‌ କରିବେ ସଲ୍‌ମାନ୍

ମୁମ୍ବାଇ: ଚଳିତ ବର୍ଷରେ ବଲିଉଡ୍‌ର ସୁପର୍‌ଷ୍ଟାର୍ ସଲ୍‌ମାନ୍ ଖାନ୍‌ଙ୍କ ସିନେମା ‘ଭାରତ’ ରିଲିଜ୍ ହୋଇଥିଲା। ଏହି ସିନେମାଟି ବକ୍ସ ଅଫିସ୍‌ ରେ ହିଟ୍ ହୋଇଥିଲା । ଏହି ସିନେମାଟି ଦକ୍ଷିଣ କୋରିଆର ସିନେମା ‘ଓଡ୍‌ ଟୁ ମାଇଁ ଫାଦର୍‌’ର ରିମେକ୍‌ ଥିଲା ।

ସଲ୍‌ମାନ୍ ଦକ୍ଷିଣ କୋରିଆର ଆଉ ଏକ ସିନେମାକୁ ରିମେକ୍ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡ଼ିଛି ଓ ସଲ୍‌ମାନ୍ ସିନେମା ରିମେକ୍‌ କରିବାକୁ ନିଷ୍ପତ୍ତି ନେବା ସହିତ ଏ ଦିଗରେ ଆଗେଇ ସାରିଲେଣି। ସିନେମା ପାଇଁ ସଲ୍‌ମାନ୍ ପ୍ରଭୁ ଦେବାଙ୍କ ସହିତ ହାତ ମିଶାଇଛନ୍ତି।

ସେ ସିନେମାଟିର ନାଁ ‘ରାଧେ’ ରଖିବେ ବୋଲି ଭାବିଚନ୍ତି । ଏହି ସିନେମାରେ ସଲ୍‌ମାନ୍ ଜଣେ ପୁଲିସ୍‌ ଅଫିସର୍‌ ଅବା ଗୁପ୍ତଚର ଭୂମିକାରେ ଅଭିନୟ କରିବେ। କିନ୍ତୁ ଦକ୍ଷିଣ କୋରିଆର କେଉଁ ସିନେମାଟି ରିମେକ୍ ହେବ, ତାହା ଜଣାପଡ଼ି ନାହିଁ। । ଅତୁଲ ଅଗ୍ନିହୋତ୍ରୀ ତାଙ୍କ ପାଖରେ ସିନେମାର ରାଇଟ୍‌ସ ରହିଛନ୍ତି। ସଲମାନ ଅଗ୍ନିହୋତ୍ରୀଙ୍କର ଅନୁମତିରେ ସେହି ସିନେମା ଟି କରିବେ ।ସଲ୍‌ମାନ୍ ‘ୱାଣ୍ଟେଡ୍’ ସିନେମାରେ ‘ରାଧେ’ ନାମକ ଚରିତ୍ରରେ ଅଭିନୟ କରିସାରିଛନ୍ତି।

 

Comments are closed.