Odisha Link
Bridging the Missing Links in Odisha

ଧରା ହେଲେ ୧୦ ଦଲାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରଶାସନିକ ଅଧିକାରୀ ଓ ପୁଲିସ ପୁରାପୁରି ଆକ୍ସନ ମୁଡରେ। ଗତକାଲି ମେଡିକାଲକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲାବେଳେ ଆଜି ୨ ଟିସ୍ଥାନରେ ଚଢଉ କରାଯାଇ ମୋଟ ୧୦ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ହସ୍ପିଟାଲରେ କଡ଼ାକଡ଼ି ଯାଞ୍ଚ କରାଯାଇଛି।
ଏହି କ୍ରମରେ ବୁର୍ଲା ଭିଏସଏସ ମେଡିକାଲ କଲେଜରେ ବୁର୍ଲା ପୁଲିସ ଅଚାନକ ଚଢଉ କରି ୫ ଜଣ ଦଲାଲଙ୍କୁ ଗିରଫ କରିଛି। ସେହିପରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ମଧ୍ୟ ଚଢଉ କରାଯାଇଛି। ଜିଲ୍ଲାପାଳ ଓ ଏସପି ଚଢଉ କରି ୫ ଜଣଙ୍କୁ ଗିରଫ କରିଛନ୍ତି ।

Comments are closed.