Odisha Link
Bridging the Missing Links in Odisha

ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦୁଇ ଦିନଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଆସନ୍ତାକାଲି ସନ୍ଧ୍ୟା ୭ଟା ୪୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ୨୮ ତାରିଖ ସକାଳେ ବ୍ରହ୍ମପୁର ଗସ୍ତ କରିବେ ରାମନାଥ କୋବିନ୍ଦ। ସେଠାରେ ସେ ଗୋପାଳପୁର ଆର୍ମି କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ଏଥିପାଇଁ ସମସ୍ତ ପ୍ରସ୍ତୂତିର ସମୀକ୍ଷା କରିଛନ୍ତି ପୁଲିସ୍‌ କମିଶନର। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୁଲିସର କାରକେଡ଼ ରିହର୍ସଲ ଏବଂ ବିମାନବନ୍ଦରରେ ସୁରକ୍ଷାର ସମୀକ୍ଷା କରିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Comments are closed.