Odisha Link
Bridging the Missing Links in Odisha

ପିଆଜ ପାଇଁ ଯିବେ ସଚିବ

ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା। ପିଆଜ କାଟିଲେ ଲୁହ ବାହାରିବା ଥୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ପିଆଜ କିଲୋ ଏବେ ୫୫ ଛୁଇଁଲାଣି। ଆଜିଠୁ ଯଦି ଏତେ ଆଗକୁ କେତେ ? ସେଇ ଚିନ୍ତାରେ ଘାରି ହେଉଛନ୍ତି ଖାଉଟି। ଖାଲି ଖାଉଟି ନୁହେଁ ସରକାରଙ୍କ ଚିନ୍ତା ବି ପିଆଜ ବଢ଼ାଇ ଦେଇଛି। ଅତୀତରେ ପିଆଜ ପାଇଁ ସରକାର କିଭଳି ହରଡ଼ଘଣାରେ ପଡ଼ିଛନ୍ତି ତାହା ସମସ୍ତେ ଜାଣନ୍ତି।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପିଆଜ ଅଭାବ ଦୂର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ପିଆଜ ଆଣିବାକୁ ଆଲୋଚନା ପାଇଁ ଏବେ ଯୋଗାଣ ସଚିବ ଦିଲ୍ଲୀ ଯିବେ। ଦିଲ୍ଲୀରେ ମନ୍ତ୍ରଣାଳୟ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ସେ କହିଛନ୍ତି ଯେ, ପିଆଜର ମାନ ଦେଖି ଅଣାଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ପିଆଜର ମାନ ଦେଖି ଆଣିବାକୁ ଚେଷ୍ଟା କରାଯିବ। ଏଥିସହ ପିଆଜ କଳାବଜାରୀ ଦୂର କରିବାକୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

Comments are closed.