Odisha Link
Bridging the Missing Links in Odisha

ଅର୍ବିଟର ଠିକ୍ ଭାବରେ କାମ କରୁଛି: କେ ସିବନ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଅର୍ବିଟର ଠିକ୍ ଭାବରେ କାମ କରୁଛି। ସମସ୍ତ ଜିନିଷ ଠିକ୍ ଭାବରେ ଚାଲୁଛି। ଏଭଳି କହିଛନ୍ତି ଇସ୍ରୋ ମୁଖ୍ୟ କେ ସିବନ। ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ନେଇ ବିଶ୍ଳେଷଣ କରୁଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ ସିବନ ଚନ୍ଦ୍ରଯାନ-୨କୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି।

କେ ସିବନ କହିଛନ୍ତି କି, ଚନ୍ଦ୍ରଯାନ-୨ ସହ ଜଡିତ ସମସ୍ତ ଅପରେଶନ ଆରମ୍ଭ କରି ଦିଆଯାଇଛି। ସବୁକିଛି ଠିକ୍ ଠାକ୍ ଚାଲିଛି। କିନ୍ତୁ ଲ୍ୟାଣ୍ଡର ବିକ୍ରମ ଠାରୁ କୌଣସୀ ସିଗନାଲ ମିଳି ନାହିଁ। ଅର୍ବିଟର ଭଲ ଭାବରେ କାମ କରୁଛି। ବାସ୍ତବରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସହ କଣ ହୋଇଥିଲା, ଏହା ସହ ସମ୍ପର୍କ କିପରି ଛିନ୍ନ ହେଲା ତାହା ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି ବିଶ୍ଳେଷଣ କରୁଛନ୍ତି। ତେବେ ଏହି କମିଟିର ରିପୋର୍ଟ ଆସିବା ପରେ ମିଶନର ଭବିଷ୍ୟତ ଯୋଜନା ଉପରେ କାମ କରାଯିବ। ଏହି କାର୍ଯ୍ୟ ପାଇଁ ଆବଶ୍ୟକ ମଞ୍ଜୁରୀ ଏବଂ ଅନ୍ୟ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଏହା ଉପରେ ଆମେ କାମ କରୁଛୁ ବୋଲି ଇସ୍ରୋ ମୁଖ୍ୟ କେ ସିବନ କହିଛନ୍ତି।

Comments are closed.